Imports increase : ଜାନୁଆରିରେ ଆମଦାନି ୧୮.୭୭ ପ୍ରତିଶତ ବୃଦ୍ଧି

1 day ago 1
.

ଚଳିତ ଆର୍ଥିକ ବର୍ଷରେ ଦେଶରେ ବାଣିଜ୍ୟିିକ ନିଅଣ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଜାନୁଆରିରେ ଉଭୟ ରପ୍ତାନି ଓ ଆମଦାନିରେ ହାସଲ ହୋଇଥିବା ଅଭିବୃଦ୍ଧି ହାରରୁ ଏଭଳି ଆକଳନ କରାଯାଉଛି।

 (google) Photograph: (google)

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶରେ ବାଣିଜ୍ୟିିକ ନିଅଣ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଜାନୁଆରିରେ ଉଭୟ ରପ୍ତାନି ଓ ଆମଦାନିରେ ହାସଲ ହୋଇଥିବା ଅଭିବୃଦ୍ଧି ହାରରୁ ଏଭଳି ଆକଳନ କରାଯାଉଛି। ଉଭୟ ଆମଦାନି ଓ ରପ୍ତାନିରେ ଦୃତ ଅଭିବୃଦ୍ଧି ହାସଲ ହୋଇଥିଲେ ମଧ୍ୟ ରପ୍ତାନି ତୁଳନାରେ ଆମଦାନିରେ ଅଧିକ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଜାନୁଆରି ମାସରେ ଆମଦାନିରେ ୧୮.୭୭ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଜାନୁଆରିରେ ଭାରତକୁ ବିଭିନ୍ନ ଦେଶରୁ ୭୬.୪୮ ବିଲିଅନ୍‌ ଡଲାର ମୂଲ୍ୟର ମୋଟ ଆମଦାନି ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ତାହା ୯୦.୮୩ ବିଲିଅନ୍‌ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଜାନୁଆରିରେ ରପ୍ତାନିରେ ଅଭିବୃଦ୍ଧି ହାର ୧୩.୧୬ ପ୍ରତିଶତ ହୋଇଛି। ଏହି ସମୟରେ ବିଭିନ୍ନ ଦେଶକୁ ଭାରତରୁ ମୋଟ ୮୦.୪୫ ବିଲିଅନ୍‌ ଡଲାର ମୂଲ୍ୟର ସେବା ଓ ସାମଗ୍ରୀ ରପ୍ତାନି କରାଯାଇଛି, ଯାହାକି ୨୦୨୪-୨୫ର ଏହି ସମୟରେ ୭୧.୦୯ ବିଲିଅନ୍‌ ଡଲାର ଥିଲା। ଅର୍ଥାତ ଚଳିତ ଆର୍ଥିକ ବର୍ଷ ଜାନୁଆରିରେ ରପ୍ତାନିରେ ଅଭିବୃଦ୍ଧି ହାର ଆମଦାନି ଠାରୁ ଅଧିକ ରହିଛି। ଏହାକୁ ବିଚାରକୁ ନେଲେ ଚଳିତ ବର୍ଷ ବାଣିଜ୍ୟିକ ନିଅଣ୍ଟ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେବେ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରୁ ରପ୍ତାନି ରେକର୍ଡ ସ୍ତରରେ ପହଞ୍ଚିଥିଲା। ଗତ ଆର୍ଥିକ ବର୍ଷରେ ଦେଶରୁ ମୋଟ ୮୨୪.୯ ବିଲିଅନ୍‌ ଡଲାରର ସାମଗ୍ରୀ ଓ ସେବା ରପ୍ତାନି ହୋଇପାରିଥିଲା।

ଆହୁରି ପଢ଼ନ୍ତୁ: ୩୦ ଦେଶର ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛି ଭାରତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article