Rishabh Pant Photograph: (sambad.in)ନୂଆଦିଲ୍ଲୀ: ଆହତ ୱିକେଟ୍ ରକ୍ଷକ ଋଷଭ ପନ୍ତ ଆସନ୍ତା ମାସରେ ହେବାକୁ ଥିବା ଆଇପିଏଲ୍ ପୂର୍ବରୁ ପୂରା ଫିଟ୍ନେସ୍ ପାଇବା ଲାଗି ଯୋଗ ଓ ଧ୍ୟାନ ଉପରେ ଅଧିକ ମନୋନିବେଶ କରୁଛନ୍ତି। ଶୀଘ୍ର ସୁସ୍ଥ ହେବା ଲାଗି ସେ ମଧ୍ୟ ‘ହାଇପର୍ବାରିକ୍ ଅକ୍ସିଜେନ ଥେରାପି’ ନାମକ ଏକ ନୂଆ ଚିକିତ୍ସା ପଦ୍ଧତିର ଅନୁସରଣ କରୁଛନ୍ତି। ଏହା ଏମିତି ଏକ ଚିକିତ୍ସା ପଦ୍ଧତି ଯେଉଁଥିରେ ଏକ ବନ୍ଦକୋଠରି ଭିତରେ ରୋଗୀ ଶତ ପ୍ରତିଶତ ସୁଦ୍ଧ ଅମ୍ଳଜାନ ପ୍ରଶ୍ବାସ ନେଇଥାଏ। ଏହି ପଦ୍ଧତି କିନ୍ତୁ ଡାକ୍ତରଙ୍କ ଉପସ୍ଥିତି ଓ ପରାମର୍ଶରେ ନିଆଯାଇଥାଏ। ଯୋଗ ପ୍ରାଣାୟମ ଓ ଧ୍ୟାନ କରିବା ସହ ପନ୍ତ ମଧ୍ୟ ବାହାରେ ବୁଲା ବୁଲି କରି ମନକୁ ଫୁର୍ତ୍ତି ରଖୁଛନ୍ତି।
ଛୋଟ ଛୋଟ କଥାରୁ ବଡ଼ ଖୁସି ଖୋଜି ଜୀବନକୁ ମନଭରି ଉପଭୋଗ କରୁଛନ୍ତି। ନିକଟରେ ତାଙ୍କୁ ଏକ ନିଛାଟିଆ ଉଦ୍ୟାନରେ ଯୋଗ କରୁଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ ୨୦୦୨ ମସିହା ଶେଷ ଆଡ଼କୁ ମର୍ମନ୍ତୁଦ କାର୍ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ୨୦୨୩ ମସିହା ସହ ୨୦୨୪ ମସିହାର ପ୍ରଥମ ପର୍ଯ୍ୟାୟରେ ପନ୍ତ କ୍ରିକେଟ୍ ଖେଳି ପାରି ନଥିଲେ। ପୁଣି ଗତବର୍ଷର ଇଂଲଣ୍ଡ ଗସ୍ତରେ ଆହତ ହୋଇ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ଏବେ ଆଇପିଏଲ୍ ଜରିଆରେ ଭାରତୀୟ ଦଳକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଏଥିଲାଗି କିନ୍ତୁ ତାଙ୍କୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିବ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
1