Woman officer: ମହିଳା ଅଧିକାରୀଙ୍କୁ ଅସଦାଚରଣ ମାମଲା, ୧୩ ଦିନ ମରଣ ସହ ଲଢ଼ି ଆଖି ବୁଜିଲେ ପିଇଓ

12 hours ago 1
.

ବ୍ରହ୍ମପୁର/ଚିକିଟି: ମହିଳା ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗ ଥିଲା ତାଙ୍କ ନାଁରେ। ତେଣୁ ଲୋକଲଜ୍ଜାରେ ବିଷ ପିଇଦେଲେ। ୧୩ ଦିନ କାଳ ଜୀବନମରଣ ସହ ଲଢ଼ି ଆଜି ଆଖି ବୁଜିଛନ୍ତି ଗଞ୍ଜାମଜିଲ୍ଲା ଚିକିଟି ବ୍ଲକ୍‌ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦଣ୍ଡପାଣି ପାତ୍ର। ଗତ ୩ ତାରିଖରେ ସୁନାପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟନ ଅବସରରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଥିଲା। ଜଣେ ମହିଳା ଅତିରିକ୍ତ ତହସିଲଦାର ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ। ସେଠାରେ ଦଣ୍ଡପାଣି ବି ଡ୍ୟୁଟି କରୁଥିଲେ। ହଠାତ୍ ମହିଳା ଅଧିକାରୀ ଜଣକ ଦଣ୍ଡପାଣିଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଗୋଳନ୍ଥରା ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ପୁଲିସ ତାଙ୍କୁ କଲ୍ କରିଥିଲା। ଏହାପରେ ଲୋକଲଜ୍ଜାରେ ଦଣ୍ଡପାଣି ବିଷ ପିଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କୁ ଏମ୍‌କେସିଜି ମେଡିସିନ୍‌ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

Land acquisition: ଚଉଷଠି ଯୋଗିନୀ ପୀଠ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ, ଶୁଣିଲେନି ଜମି ମାଲିକ, ଚେତାବନୀ ଦେଲେ ତହସିଲଦାର

Darawati and Bapuji: ଧାରଣାରୁ ଉଠିଲେ ଧାରାବତୀ ଓ ବାପୁଜୀ କୁଷ୍ଠ କଲୋନିବାସୀ, ମିଳିଲା ନୂଆ ସ୍ଥାୟୀ କଲୋନି ଡିପିଆର୍‌

 ଆଜି ଅପରାହ୍‌ଣ ୫ଟାରେ ଦଣ୍ଡପାଣିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମହିଳା ଅଧିକାରୀଙ୍କ ଅଭିଯୋଗ ଉପରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ତଦନ୍ତ କରୁଥିଲା। ଜଣେ ମହିଳା ଅତିରିକ୍ତ ଉପଜିଲ୍ଲାପାଳ ଏହାକୁ ଅନୁଧ୍ୟାନ କରୁଥିଲେ। ପୁଲିସ ପକ୍ଷରୁ ବି ଜଣେ ମହିଳା ଡିଏସ୍‌ପି ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ। ଘଟଣାସ୍ଥଳର ସିସିଟିଭି ଓ ଅନ୍ୟ ଭିଡିଓ ଫୁଟେଜ୍‌ ସଂଗ୍ରହ ପାଇଁ ଚେଷ୍ଟା କରାଯାଇଥିଲା। ଅନ୍ୟପଟେ ଦଣ୍ଡପାଣିଙ୍କୁ ଅଯଥା ବଦ୍‌ନାମ କରାଯାଇଛି ଓ ମିଥ୍ୟା ଅଭିଯୋଗ ହୋଇଛି ବୋଲି ପତ୍ନୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହା ମଧ୍ୟ ବିଚାରାଧୀନ ରହିଛି। ଏହି ଅଘଟଣ ପାଇଁ ଅଧିକାରୀଜଣକ ଦାୟୀ ବୋଲି ମୃତକଙ୍କ ପତ୍ନୀ କହିଛନ୍ତି।

Read Entire Article