ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆଇଆଇଟି-ଜେଇଇ(ମେନ୍) ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷାରେ କ୍ରୀଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବିକାଶ ଆବାସିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରୀଷ୍ଣା ବିକାଶ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ ସୂଚନା ଦେଇ କହିଛନ୍ତି, କ୍ରୀଷ୍ଣା ବିକାଶ ବରଗଡ଼ର ୨ଛାତ୍ର ୯୯ ପ୍ରତିଶତ, ୭ଛାତ୍ରୀଛାତ୍ର ୯୮ ପ୍ରତିଶତ, ୧୭ଛାତ୍ରୀଛାତ୍ର ୯୭ ପ୍ରତିଶତ, ୧୯ଛାତ୍ରୀଛାତ୍ର ୯୬ ପ୍ରତିଶତ, ୨୬ଛାତ୍ରୀଛାତ୍ର ୯୫ପ୍ରତିଶତ, ୨୭ଛାତ୍ରୀଛାତ୍ର ୯୪ପ୍ରତିଶତ, ୪୧ଛାତ୍ରୀଛାତ୍ର ୯୦ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି। ସେହିପରି କ୍ରୀଷ୍ଣା ବିକାଶ ଗ୍ରୁପର ୬୦ ଛାତ୍ରୀଛାତ୍ର ୨୦୨୫ ଜେଇଇର ନିର୍ଦ୍ଧାରିତ କଟ୍ଅଫ୍ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ୨୦୨୬ ପରୀକ୍ଷାଫଳରେ ଶ୍ରେଷ୍ଠ କୃତିତ୍ୱ ହାସଲ କରି ୨୦୨୬ର ଆଇଆଇଟି-ଜେଇଇ ଏଡ଼ଭାନ୍ସ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ଅଧ୍ୟକ୍ଷ (ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି ପରୀକ୍ଷାଫଳ ଉପରେ ସବିଶେଷ ବିବରଣୀ ଦେଇ କହିଛନ୍ତି, ଦିନେଶ ଅଗ୍ରୱାଲ ୯୯.୩୫, ଆର୍ୟନ ମେହେର ୯୯.୨୮, ଆଶୁତୋଷ ଥାଟି ୯୮.୫୬, ଜତିନ ସାହୁ ୯୮.୪୬, ଆଶିଷ କୁମାର ମିଶ୍ର ୯୮.୩୯, ତପସ୍ବିନୀ ପ୍ରିୟଦର୍ଶନୀ ୯୮.୩୦, ଆଶିର୍ବାଦ ପଣ୍ଡା ୯୮.୧୦, ଲିପୁନ ମେହେର ୯୭.୮୮, ଅଂଶୁମାନ ସିଂଘଲ ୯୭.୮୫, ଅଙ୍କିତ ଭୋଇ ୯୭.୫୬, ଶ୍ରେୟାଂଶ ପଟେଲ ୯୭.୪୫, ସମୀକ୍ଷା ସାହୁ ୯୭.୩୯, ବିବେକ ଅଗ୍ରୱାଲ ୯୭.୨୩, ପ୍ରେମାନନ୍ଦ ସାହୁ ୯୭.୨୦, ଖୁସବୁମୟୀ ପ୍ରଧାନ ୯୬.୫୪, ଶ୍ରେୟାଂଶ ପଣ୍ଡା ୯୬.୪୪, ପ୍ରୀତମ କୁମାର ପ୍ରଧାନ ୯୬.୩୪, ସ୍ମିତିଶ୍ରୀ ମେହେର ୯୬.୩୨, ଲିଖିତ ମେହେର ୯୬.୨୪, ଅଭିନନ୍ଦନ ପତି ୯୬.୧୩, ଅନ୍ବେଷ ମିଶ୍ର ୯୫.୮୭, ଅମ୍ଲାନ ମିଶ୍ର ୯୫.୭୪, ରୁଦ୍ରାକ୍ଷ ବରୁଆ ୯୫.୫୮, ଅଭିଜିତ ମହାନ୍ତି ୯୫.୫୨, ସୋହନ ମେହେର ୯୫.୫୦, ମିହିର ରଞ୍ଜନ ୯୫.୩୪ ସଫଳତା ତାଳିକାର ଶୀର୍ଷରେ ରହିଛନ୍ତି। ଏଭଳି ସଫଳତାରେ କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀ କ୍ରୀଷ୍ଣାଙ୍କ ସମେତ କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ(ସିନିୟର ସେକେଣ୍ଡାରୀ) ଚିତ୍ତରଞ୍ଜନ ପତି, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଡାଇରେକ୍ଟର ଟୁ ଚେୟାରମ୍ୟାନ ଅଫିସ୍ ଲୋକେଶ ଦଶାରୀ, ଡାଇରେକ୍ଟର ଡଃ ସମରେନ୍ଦ୍ରନାଥ ପଣ୍ଡା, ଆବାସିକ ବିଦ୍ୟାଳୟର ଏକ୍ଜିକ୍ୟୁଟିଭ ପ୍ରିନ୍ସିପାଲ ଶିଶିର ପ୍ରସାଦ ରାଉଳ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଡଃ ମନୋଜ କୁମାର ତ୍ରିପାଠୀ କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

8 hours ago
1