ଆର୍‌ସିବି ନଜିତିଲେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବା କଥା ଲେଖାଥିବା ବ୍ୟାନ୍‌ର ଧରି ପହଞ୍ଚିଲେ ମହିଳା

8 months ago 30
.

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗ୍‌ସ ଓ ଆର୍‌ସିବି ମଧ୍ୟରେ ହେଉଥିବା ମ୍ୟାଚ୍‌ ଭିତରେ ଜଣେ ମହିଳା ତାଙ୍କ ହାତରେ ଧରିଥିବା ବ୍ୟାନର୍‌ ଏବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ମହିଳା ଜଣକ ଧରିଥିବା ବ୍ୟାନର୍‌ରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି, ‘‘ଆର୍‌ସିବି ଯଦି ଫାଇନାଲ୍‌ ମ୍ୟାଚ୍‌ ନଜିତିବ ତ ମୁଁ ମୋ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଦେବି।’’ ଏହି ମଜାଦାର୍‌ ବ୍ୟାନ୍‌ର ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି। ଆର୍‌ସିବିର ପ୍ରଶଂସକମାନେ ଏବେ ଏହାକୁ ଖୁବ୍‌ ପ୍ରଶଂସା ବି କରିଛନ୍ତି। 

ଏହି ପୋଷ୍ଟର୍‌କୁ ଧରି ଛିଡ଼ା ହୋଇଥିବା ମହିଳାଙ୍କ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ମହିଳାଙ୍କର ଆର୍‌ସିବି ଟିମ୍‌ ଉପରେ ରହିଥିବା ଏବେ ଭରସାକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି। ଟିମ୍‌ ଉପରେ ନିଜର ବିଶ୍ବାସକୁ ପ୍ରକାଶ କରିବା ପାଇଁ ଆପଣେଇଥିବା ଏହି ନିଆରା ତରିକା ଜରିଆରେ ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣି ପାରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାତ୍ର ୨୪.୧ ଓଭର ଭିତରେ ସରିଯାଇଛି ଆଇପିଏଲ୍‌ର ପ୍ରଥମ କ୍ବାଲିଫାୟାର୍‌। ଗୁରୁବାର ଲିଗ୍ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୯ ବର୍ଷ ପରେ ଫାଇନାଲ୍‌ରେ ପ୍ରବେଶ କରିଛି।‌ କେବେ ବି ଟ୍ରଫି ଜିତିନଥିବା ଏହି ଦଳ ମୋଟ ଉପରେ କିନ୍ତୁ ଚତୁର୍ଥ ଥର (୨୦୦୯, ୨୦୧୧, ୨୦୧୬, ୨୦୨୫) ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ଶ୍ରେୟସ ଆୟରଙ୍କ ପଞ୍ଜାବ ଦଳକୁ ଫାଇନାଲ୍ ପ୍ରବେଶ ପାଇଁ ଦ୍ବିତୀୟ ସୁଯୋଗ ରହିଛି। ରବିବାର ଏହି ଦଳ କ୍ବାଲିଫାୟାର୍‌-୨ରେ ଦ୍ବିତୀୟ ଭାଗ୍ୟପରୀକ୍ଷା କରିବ। ଶୁକ୍ରବାର ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ଗୁଜରାଟ ଟାଇଟନ୍ସର ଏଲିମିନେଟର୍‌ ବିଜେତା ଦଳକୁ ଅହମଦାବାଦରେ ଭେଟିବ।

Read Entire Article