ଟି୨୦ ବିଶ୍ୱକପ : ଆଉ କିଛି ସମୟରେ ଭାରତ-ନେଦରଲାଣ୍ଡ ଫାଇଟ୍‌

10 hours ago 1
.

ସମାଜ ଡିଜିଟାଲ ଡେସ୍କ: ଆଜି ଟି୨୦ ବିଶ୍ୱକପରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଚଳିତ ଟି-୨୦ ବିଶ୍କକପରେ ଆୟୋଜକ ଭାରତ ନିଜର ୩ ମ୍ୟାଚରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ନିଶ୍ଚିତ କରିଛି । ହେଲେ ଦଳ ଏବେ ଗ୍ରୁପ୍‌-ଏର ସମସ୍ତ ମ୍ୟାଚ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି । ତେଣୁ ଆଜି ନେଦରଲାଣ୍ଡ ବିପକ୍ଷ ଗ୍ରୁପର ଶେଷ ମ୍ୟାଚରେ ପୁରା ଶକ୍ତି ସହ ଓହ୍ଲାଇବ ଭାରତୀୟ ଦଳ । କଲମ୍ବୋରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଧୂଳି ଚଟାଇବା ପରେ ଭାରତୀୟ ଖେଳାଳି ଅହମ୍ମଦାବାଦରେ ସୋମବାର ପହଞ୍ଚିଥିଲେ । ମଙ୍ଗଳବାର ଭାରତୀୟ ଖେଳାଳି ସେଠାରେ ଅଭ୍ୟାସ କରିଛନ୍ତି ।

ତେବେ ଗତ ତିନୋଟି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ୨୦୯ ରନରୁ ଅଧିକ ବଡ ସ୍କୋର କରିନାହିଁ । ନେଦରଲାଣ୍ଡ ବିପକ୍ଷରେ ବଡ ସ୍କୋର କରିବାକୁ ପ୍ରୟାସ କରିବ ଭାରତ । ଅହମ୍ମଦାବାଦ ପିଚ୍‌ ବି ସହାୟକ ହେବା ସମ୍ଭାବନା ରହିଛି । ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଦୁଇଟି ମ୍ୟାଚ ଖେଳିଥିଲେ ମଧ୍ୟ ଏଯାଏଁ ଖାତା ଖୋଲିପାରିନାହାଁନ୍ତି । ଆଜିର ମ୍ୟାଚରେ ଭଲ ରନ୍‌ କରି ସୁପର-୮ ପୂର୍ବରୁ ନିଜ ଆତ୍ମବିଶ୍ୱାସ ଉଚ୍ଚରେ ରଖିବାକୁ ଅଭିଷେକ ଆଶାରେ ଅଛନ୍ତି ।

ସେପଟେ ବିପକ୍ଷ ଦଳ ନେଦରଲାଣ୍ଡ ଚଳିତ ବିଶ୍ୱକପରେ କେବଳ ନାମିବ୍ୟା ବିପକ୍ଷରେ ବିଜୟ ହାସଲ କରିଛି । ଅନ୍ୟ ୨ଟି ମ୍ୟାଚ ହାରିଥିଲେ ମଧ୍ୟ ଏହି ଦଳ ଭାରତ ବିପକ୍ଷରେ କିଛି ପରିବର୍ତ୍ତନ କରିପାରେ ।

Read Entire Article