ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

9 hours ago 1
.

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ ବୟସର ହାତୀ ଛୁଆର ମୃତ୍ୟୁ ଘଟିଛି। ସମ୍ପର୍କରେ ରେଞ୍ଜ ଅଫିସର, ବାରକୋଟଙ୍କଠାରୁ ସୂଚନା ପାଇବା ପରେ ଦେବଗଡ଼ର ଡିଏଫଓ, ଏସିଏଫ ବାରକୋଟ ରେଞ୍ଜ ଅଧିକାରୀ ଏବଂ ସମସ୍ତ ବନ କର୍ମଚାରୀ ଏବଂ ବାରକୋଟ ରେଞ୍ଜର ସ୍କ୍ବାଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତ ପରେ ପାଣିରେ ବୁଡ଼ି ହାତୀ ଛୁଆଙ୍କ ମୃତ୍ୟୁର କାରଣ ସ୍ବାଭାବିକ ହୋଇପାରେ। ପୋଷ୍ଟମର୍ଟମ ପରେ ସଠିକ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily


Advertisement

ଧରିତ୍ରୀ କାର୍ଟୁନ

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

Read Entire Article