ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ୮ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଖାତା ଖୋଲି ନ ଥିବା ଅଭିଷେକ ଶର୍ମା ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ ରହିଛନ୍ତି। ଅଭିଷେକ ଆମେରିକା ଏବଂ ଆମେରିକା ବିପକ୍ଷରେ ୦ ରନ କରି ଆଉଟ ହୋଇଥିଲେ।
ସଦ୍ୟତମ ICC ଟି-୨୦ ରାଙ୍କିଙ୍ଗରେ, ଅଭିଷେକ ଶର୍ମା ୮୯୧ ରେଟିଂ ପଏଣ୍ଟ ସହିତ ନମ୍ବର ୧ରେ ରହିଛନ୍ତି। ଫିଲ ସଲ୍ଟ ନମ୍ବର ୨ରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ଶତକ ହାସଲ କରିଥିବା ପାଥୁମ ନିଶାଙ୍କା ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇ ନମ୍ବର ୩ରେ ପହଞ୍ଚିଛନ୍ତି। ତିଲକ ବର୍ମା ନମ୍ବର ୪ରେ ଅଛନ୍ତି। ପାକିସ୍ତାନର ସାହିବଜାଦା ଫରହାଦ ଦୁଇ ସ୍ଥାନ ଖସି ୫ ନମ୍ବରକୁ ଯାଇଛନ୍ତି। ସୂର୍ଯ୍ୟକୁମାର ଯାଦବ ନମ୍ବର ୬ରେ ଅଛନ୍ତି। ଜସ ବଟଲର୍ ତିନି ସ୍ଥାନ ଖସି ୭ ନମ୍ବରକୁ ଯାଇଛନ୍ତି। ଇଶାନ କିଶାନ ନମ୍ବର ୮ରେ ଅଛନ୍ତି। ନ୍ୟୁଜିଲାଣ୍ଡର ଟିମ ସେଫର୍ଟ ୯ମ ଏବଂ ଟ୍ରାଭିସ ହେଡ ୧୦ମ ସ୍ଥାନରେ ଅଛନ୍ତି।
ବୋଲରଙ୍କ ରାଙ୍କିଂରେ ବରୁଣ ଚକ୍ରବର୍ତ୍ତୀ ନମ୍ବର ୧ରେ ରହିଛନ୍ତି। ରଶିଦ ଖାନ ଗୋଟିଏ ସ୍ଥାନ ଡେଇଁ ଦ୍ୱିତୀୟରେ ପହଞ୍ଚିଛନ୍ତି। ଅବରାର ଅହମ୍ମଦ ତୃତୀୟରେ ଅଛନ୍ତି। ଆଦିଲ ରଶିଦ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ଜିମ୍ବାୱେ ବୋଲର ବ୍ରାଡ ଇଭାନ୍ସ ୧୦ ଜଣ ଖେଳାଳିଙ୍କୁ ପଛରେ ପକାଇ ୫ ନମ୍ବରରେ ପହଞ୍ଚିଛନ୍ତି। ୱାନିନ୍ଦୁ ହସରଙ୍ଗା ଷଷ୍ଠ ସ୍ଥାନରେ, ଜାକବ ଡଫି ୭ ନମ୍ବରରେ ଅଛନ୍ତି। ଆଡାମ ଜାମ୍ପା ୮ ନମ୍ବରରେ, ମୁସ୍ତାଫିଜୁର ରହମାନ ୯ ନମ୍ବରରେ ଏବଂ ମହମ୍ମଦ ନୱାଜ ୧୦ ନମ୍ବରରେ ଅଛନ୍ତି।
ସାମ ଆୟୁବ ଟି୨୦ ଅନ୍ତର୍ଜାତୀୟ ଅଲରାଉଣ୍ଡର ରାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି। ସେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜାଙ୍କୁ ପଛରେ ପକାଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩ ନମ୍ବରରେ ଅଛନ୍ତି। ସ୍କଟଲାଣ୍ଡ ବିପକ୍ଷରେ ନେପାଳକୁ ବିଜୟୀ କରାଇଥିବା ଦୀପେନ୍ଦ୍ର ସିଂହ ଐରି ଦୁଇ ସ୍ଥାନ ଉପରକୁ ଉଠି ୪ ନମ୍ବରରେ ପହଞ୍ଚିଛନ୍ତି। ଆଫଗାନିସ୍ତାନର ଆଜମାତୁଲ୍ଲା ଓମାରଜାଇ ୫ ନମ୍ବରରେ ଅଛନ୍ତି।

4 hours ago
1